ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚମାଖଣ୍ଡିସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନକୁ ରାଜ୍ୟପାଳ ରଘୁବର ଦାସ ଗୁରୁବାର ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ଦେଖିବା ସହିତ ମିଶନ ଶକ୍ତିର ମା’ମାନଙ୍କ ସହ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତି ଏବଂ ପ୍ୟାକିଂକୁ ପ୍ରଶଂସା କରିଥିଲେ।

ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ଯାହା ଟଙ୍କା ରୋଜଗାର କରୁଛନ୍ତି ତାହାକୁ ଠିକ ଭାବେ ବ୍ୟବହାର କରିବା ଦରକାର। ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ସାମଗ୍ରୀ କିପରି ବ୍ରାଣ୍ଡିଂ ହେବ ଏବଂ ସେଗୁଡିକର କିପରି ମାର୍କେଟିଂ ହେବ ତାହାର ଆବଶ୍ୟକ ରହିଛି ବୋଲି ରାଜ୍ୟପାଳ କହିଥିଲେ। ମହିଳାମାନଙ୍କ ଅର୍ଥନୈତିକ ବ୍ୟବସ୍ଥାରେ ସୁଦୃଢ ହେଲେ ରାଜ୍ୟ ଓ ଦେଶର ସୁଦୃଢ ହେବ ବୋଲି କହିଛନ୍ତି।

ପରେ କାଳିଆବାଲି ଗ୍ରାମର ମିଶନ ଶକ୍ତିର ଏସ. ଜ୍ୟୋତି ରେଡ୍ଡୀ, ଅଗସ୍ତି ନୂଆଗାଁର କାଦାମ୍ବରୀ ଦାସ, ବଉଳଗାଁର ସଂଯୁକ୍ତା ସାହୁ ଓ ମାୟାପାଟଣା ଗ୍ରାମର ସିଏଚ ଦମୟନ୍ତୀ କିପରି ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କଠାରୁ ଆରମ୍ଭ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଛନ୍ତି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସଭା କାର୍ଯ୍ୟକୁ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ସଂଯୋଜନା କରିଥିବା ବେଳେ ଗଂଜାମ ଜିଲାପରିଷଦର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ। ଗଞ୍ଜାମ ଏସ୍‌ପି ଜଗମହୋନ ମୀନା, ବ୍ରହ୍ମପୁର ଏସ୍‌ପି ଡା. ସ୍ରବଣା ବିବେକ ଏମ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଏସ୍‌ପି ଏସ. ବେହେରା, ଛତ୍ରପୁର ଏସ୍‌ଡିପିଓ ଗୈାରହରୀ ସାହୁ, ଓଡିଶା ଜିବୀକା ମିଶନର ଜିଲା ପ୍ରକଳ୍ପ ସଂଯୋଜକ ନବୀନ କୁମାର ସେନାପତି, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଶାସ୍ବତ କୁମାର ସାହୁ, ଓରମାସ୍‌ର ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇତାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି...

ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ...

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ନାବାଳିକା ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image