Categories: ଜାତୀୟ

ରାଜ୍ୟପାଳ-ପଶ୍ଚିମବଙ୍ଗ ସରକାର ମୁହଁାମୁହଁି

କୋଲ୍‌କାତା,୫।୯: କୁଳପତି ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍‌ସି ମଧ୍ୟରେ ପୁଣି ନୂଆ ବିବାଦ ଦେଖାଦେଇଛି। ରବିବାର ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ସି.ଭି. ଆନନ୍ଦବୋଷ ନିଯୁକ୍ତି ଦେଇଥିଲେ। ଏହାକୁ ନେଇ ସୋମବାର ରାଜ୍ୟ ଶିକ୍ଷାମନ୍ତ୍ରୀ ଭତ୍ୟ ବାସୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଜ୍ୟପାଳ ସ୍ବେଚ୍ଛାଚାରୀ ଭାବେ କାମ କରୁଛନ୍ତି।ଏହା ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ରାଜ୍ୟପାଳଙ୍କ ୂଭୂମିକା ଓ କାର୍ଯ୍ୟ ସମ୍ପର୍କରେ ଯେଉଁ ବିଲ୍‌ ରାଜ୍ୟ ବିଧାନସଭାରେ ପାରିତ ହୋଇଥିଲା ତାର ଖୋଲା ଉଲ୍ଲଘଂନ ବୋଲି ମନ୍ତ୍ରୀ ବାସୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ ଏହି ପଦକ୍ଷେପ ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିବ। ରାଜ୍ୟର କୌଣସି ବ୍ୟକ୍ତିଙ୍କ ବିନା ପରାମର୍ଶରେ ଏହି ନିଯୁକ୍ତି ଦିଆଯାଇଛି। ଆଇନ ଅନୁସାରେ ରାଜ୍ୟପାଳ ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେ କ୍ଷମତାର ଅପବ୍ୟବହାର କରିବେ। ରାଜ୍ୟର ଶିକ୍ଷାବିତ୍‌ ଫୋରମ୍‌ ମଧ୍ୟ ରାଜ୍ୟପାଳଙ୍କ ଏଭଳି ପଦକ୍ଷେପ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଲାଗି ଆଦୌ ଶୁଭଙ୍କର ନୁହେଁ ବୋଲି କହିଛି।

Share