ସାଧାରଣତନ୍ତ୍ର ଦିବସ ୨୦୨୪: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଭୁବନେଶ୍ୱର,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୧୭ ଜଣ ମନ୍ତ୍ରୀ ୧୭ ଟି ଜିଲାର ସଦର ମହକୁମାରେ, ୨ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲାରେ ସ୍ଥାନୀୟ ଜିଲାପାଳ ପତାକା ଉତ୍ତୋଳନ କରିବେ।

ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁନ୍ଦରଗଡ଼ରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୁରୀରେ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗତସିଂହପୁରରେ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁରରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, କେଉଁଝରରେ ଶ୍ରମ ମନ୍ତ୍ରୀ ମନ୍ତ୍ରୀ ସୁଶାନ୍ତ ସିଂ, ମୟୁରଭଞ୍ଜରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀରିରେ କୃଷି ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ଗଞ୍ଜାମରେ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ମନ୍ତ୍ରଟି ଟୁକୁନି ସାହୁ, ଅନୁଗୁଳରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବାଲେଶ୍ୱରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡାରେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ, ନୂଆପଡାରେ ମନ୍ତ୍ରୀ ରିତା ସାହୁ ଏବଂ କୋରାପୁଟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।

ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଏବଂ ରାୟଗଡ଼ାରେ ସ୍ଥାନୀୟ ଜିଲାପାଳମାନେ ପତାକା ଉତ୍ତୋଳନ କରିବେ।

Share