ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ

ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଛାତ୍ରବତ୍ସଳ, ନୀତିନିଷ୍ଠ ଏବଂ ଆଦର୍ଶ ଶିକ୍ଷକ ଭାବେ ସେ ପରିଚିତ ଥିଲେ।୧୯୫୪ ମସିହା ୧୩ ସେପ୍ଟେମ୍ବରରେ ବଲାଙ୍ଗୀର ନିକଟସ୍ଥ ମଲମଣ୍ଡା ବେସିକ ପ୍ରାଇମେରୀ ସ୍କୁଲରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ବେଲପଡ଼ା ବାଳିକା ହାଇସ୍କୁଲ, ଟିଟିଲାଗଡ଼ ବାଳକ ହାଇସ୍କୁଲ, ବଲାଙ୍ଗୀର ବାଳକ ଏମଇ ସ୍କୁଲରେ ସେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରିଥିଲେ। ସ୍କୁଲ ଏସ୍‌ଆଇ ଭାବେ ପଦୋନ୍ନତି ପାଇ ଶିକ୍ଷାର ପ୍ରସାର ଦିଗରେ ସେ ଦାୟିତ୍ର ସହ କାର୍ଯ୍ୟ କରିଥିଲେ। ଶିକ୍ଷକତା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ୧୯୮୬ ମସିହା ଜାନୁୟାରୀ ୨୬ରେ ତତ୍କାଳୀନ ରାଜ୍ୟପାଳ ବିଶମ୍ଭରନାଥ ପାଣ୍ଡେଙ୍କ ଠାରୁ ସେ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ସମୟ ହୋଇଯାଇଥିଲେ ମଧ୍ୟ ତାଙ୍କ ଶୈକ୍ଷକୀୟ ନିଷ୍ଠା ଓ ଆଦର୍ଶ ଯୋଗୁଁ ତାଙ୍କୁ ଅଧିକ ଦୁଇ ବର୍ଷ ଶିକ୍ଷକତା କରିବାକୁ ଅନୁମତି ଦିଆଯାଇଥିଲା। ୧୯୮୯ ମସିହାରେ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ମୂଲ୍ୟବୋଧ ଭିତ୍ତିକ ନୈତିକ ଶିକ୍ଷା ଉପରେ ସେ ଜୋର ଦେଇ ଆସୁଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ଓକିଲ, ପ୍ରତିଷ୍ଠିତ ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ଓ ପୁରାତନ ଛାତ୍ର ତାଙ୍କ ତୁଳସୀନଗରସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗ ସମୟରେ ସ୍ତ୍ରୀ କାନନବାଳା ମହାନ୍ତି, ୪ ପୁଅ ଜ୍ୟେଷ୍ଠପୁତ୍ର ଜ୍ଞାନେନ୍ଦ୍ର ମହାନ୍ତି, ଆଡଭୋକେଟ୍‌ ଅମୀୟ ମହାନ୍ତି, ଅନୀଲ ମହାନ୍ତି ଓ ସାନପୁଅ ଖବରଦାତା ସୁନୀଲ କୁମାର ମହାନ୍ତି, ବୋହୂ, ନାତିନାତୁଣୀ, ସମ୍ପର୍କୀୟ ଉପସ୍ଥିତ ଥିଲେ। ମୃତଦେହ ସତ୍କାର ପାଇଁ ସ୍ବର୍ଗତ ମହାନ୍ତିଙ୍କ ମରଶରୀର ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇଛି। ସେଠାରେ ଆଜି ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image