ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏସ୍ପି ଅଫିସରୁ ବଙ୍ଗୋମୁଣ୍ଡା ନେଇଯାଇ ସକାଳ ୮ଟାରେ ଜେଏମ୍ଏଫସି କୋର୍ଟ ଜଜ୍ଙ୍କ ଆବାସରେ ହାଜର କରିଥିବା ଜଣାପଡ଼ଛି। ସେଠାରୁ କଣ୍ଟାବାଞ୍ଜି ଜେଲକୁ ଅଭିଯୁକ୍ତଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି । ଆଜି ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ତରବରିଆ ଭାବେ ପୋଲିସ ଭୋର୍ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇ ଯାଇଥିବାରୁ ପୋଲିସ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି।
Posted inଅପରାଧ, ଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ