ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରର ହେବ ଯାଞ୍ଚ

ବଲାଙ୍ଗୀର ଅଫିସ, ୨୧।୧୧: ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରରୁ ବଡ଼ ପ୍ରମାଣ ମିଳିପାରେ। ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ବିଭିନ୍ନ ଗୁମର ମଧ୍ୟ ଫିଟିପାରେ। ଏସବୁର ତଦନ୍ତ ପାଇଁ ପୋଲିସ ଅଧିକ ପ୍ରମାଣ ଯୋଗାଡ଼ କରୁଛି । ବିଶେଷକରି ଗୋବିନ୍ଦଙ୍କ ହସ୍ତାକ୍ଷର ଯାଞ୍ଚ କରିବାକୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସିରେ ଆବେଦନ କରିଥିବା ଜଣାପଡ଼ିଛି।

ଗୋବିନ୍ଦଙ୍କ ହସ୍ତାକ୍ଷର ଯାଞ୍ଚ କରିବା ପରେ କିଛି ଠୋସ ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଛି। ଏହାକୁ କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ବିରୋଧ କରିଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।

ହ୍ୟାଣ୍ଡରାଇଟିଂ ଟେଷ୍ଟ ପାଇଁ ପୁଣି ଥରେ ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଯାଇପାରେ। ନଚେତ ଜେଲରଙ୍କ ସମ୍ମୁଖରେ ତାଙ୍କ ହ୍ୟାଣ୍ଡରାଇଟିଂ ସଂଗ୍ରହ କରିପାରେ ପୁଲିସ। ତେବେ ଆସନ୍ତା ଶୁଣାଣିରେ ଏସମ୍ପର୍କରେ କୋର୍ଟ ରାୟ ଶୁଣାଇବେ।

ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରିଛି। ଏହାସହ ଗୋବିନ୍ଦର ସହଯୋଗୀ ରାଧେଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Share