ଏହି ଅଭିନେତ୍ରୀଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ ଗୋବିନ୍ଦା; ହେଲେ ନା ନା କହି ନେନେଙ୍କ…

ବମ୍ବେ: ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ। ୯୦ ଦଶକରେ ସେ ଆଗଧାଡ଼ିର ଅଭିନେତ୍ରୀ ମଧ୍ୟରୁ ଜଣେ ଥିଲେ। ‘ଧକ୍‌ ଧକ୍‌ ଗଲ୍‌’ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କର ସୁନ୍ଦରତା ଯୋଗୁ ସବୁ ଅଭିନେତା ତାଙ୍କ ସହ କାମ କରିବାକୁ ଅନାଇ ରହୁଥିଲେ। ସେଥିରୁ ଜଣେ ଥିଲେ ଗୋବିନ୍ଦା।

କେବଳ ସେତିକି ନୁହେଁ ଗୋବିନ୍ଦା ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ମାଧୁରୀ ହଁ କହି ନ ଥିଲେ। ନିକଟରେ ଏକ ନୃତ୍ୟଭିତ୍ତିକ ଶୋ’ରେ ଗୋବିନ୍ଦା ଏହା କହିଛନ୍ତି। ନା ନା କହି କହି ସେ ନେନେଙ୍କୁ ବାହା ହୋଇଯାଇଥିବା ସେ ମଜାଳିଆ ଢ଼ଙ୍ଗରେ ପ୍ରକାଶ କରିଛନ୍ତି। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି।

Share