ଏକଦା ଦୁହେଁ ଦୁହିଁଙ୍କ ଥିଲେ ଜୀବନ, ଏବେ ମାମୁଁ ଗୋବିନ୍ଦା-କୃଷ୍ଣାଙ୍କ ସମ୍ପର୍କରେ ଫାଟ; କାରଣ ଜାଣିଲେ..

ବମ୍ବେ: ଟେଲିପରଦାର ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ନଜର ଆସିଥାନ୍ତି କୃଷ୍ଣା ଅଭିଷେକ। ସପନା ଭୂମିକାରେ କୃଷ୍ଣାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ହେଲେ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେବା ପରେ ଏବେ କାରଣଟି ଜଣାପଡ଼ିଛି। ସେଇଟି ହେଲା ଶୋ’ରେ ଯୋଗଦେବାକୁ ଥିବା ଅତିଥି।

କୃଷ୍ଣା ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦାଙ୍କ ଭଣଜା ବୋଲି ଅନେକ ଜାଣନ୍ତି। ପ୍ରଥମେ ଏହି ପରିଚୟକୁ କୃଷ୍ଣା ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତି ବଦଳିଛି। ସମ୍ପର୍କ ଖଟା ହେବା ଯୋଗୁ କୃଷ୍ଣା ଏବଂ ଗୋବିନ୍ଦା ସାମ୍ନାସାମ୍ନି ହେବାକୁ ଇଚ୍ଛୁକ ନୁହନ୍ତି। ଉକ୍ତ ଏପିସୋଡରେ ଗୋବିନ୍ଦା ଆସୁଥିବା ଜାଣି କୃଷ୍ଣା ଆସିବାକୁ ମନା କରିଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ କୃଷ୍ଣାଙ୍କ ସ୍ତ୍ରୀ କଶ୍ମୀରା ଶାହାଙ୍କ ଏକ ଟୁଇଟ୍‌କୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇଛି। କିଛି ଲୋକ ପଇସା ପାଇଁ ନୃତ୍ୟ କରନ୍ତି ବୋଲି କଶ୍ମୀରା ଏକ ଟୁଇଟ୍‌ କରିଥିଲେ। ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା ଏହାକୁ ଦେହକୁ ନେଇଛନ୍ତି। ଗୋବିନ୍ଦାଙ୍କୁ ଇଙ୍ଗିତ କରି ସେ ଏଭଳି କହିଥିବା ସୁନିତା ଭାବିଛନ୍ତି। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

Share