ଏହି ମହିଳାଙ୍କ ପାଇଁ ନିଜର ପ୍ରେମକୁ ପାଇପାରି ନ ଥିଲେ ଗୋବିନ୍ଦା

୮୦ ଏବଂ ୯୦ ଦଶକର ସବୁଠାରୁ ସଫଳ ତଥା ଚର୍ଚ୍ଚିତ ଅଭିନେତା ଥିଲେ ଗୋବିନ୍ଦା। ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇର ଭିରାରରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦା ଆଜି ୫୭ ବର୍ଷର ହୋଇଯାଇଛନ୍ତି। ଆକ୍ସନ ଠାରୁ ଆରମ୍ଭ କରି କମେଡି, ଲଭ୍‌ ଟ୍ରାଙ୍ଗଲ ଆଦି ସବୁ ପ୍ରକାର ଫିଲ୍ମରେ ସେ କାମ କରିସାରିଛନ୍ତି। ଆଜି ବି ତାଙ୍କର ଅଭିନୟ ଏବଂ ନୃତ୍ୟର ଅନେକ ଦିଓ୍ବାନା ରହିଛନ୍ତି। ବୃତ୍ତିଗତ ଜୀବନ ପରି ବ୍ୟକ୍ତିଗତ ଜୀବନକୁ ନେଇ ଗୋବିନ୍ଦା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ନିଜର ସ୍ତ୍ରୀ ସୁନିତା ଏବଂ ୨ ପିଲାଙ୍କ ସହ ଖୁସି ଜୀବନ ବିତାଉଛନ୍ତି। କିନ୍ତୁ ଏକଦା ଗୋବିନ୍ଦାଙ୍କ ନାମ ଅଭିନେତ୍ରୀ ନୀଲମଙ୍କ ସହ ଯୋଡାଯାଇଥିଲା। ଏହାକୁ ଦେଇ ତାଙ୍କ ବୈବାହିକ ଜୀବନରେ ଝର ମଧ୍ୟ ସୃଷ୍ଟି ହୋଇଥିଲା।

ଗୋବିନ୍ଦା ଏବଂ ଏକତ୍ର କାମ କରିବା ମଧ୍ୟରେ ପରସ୍ପରଙ୍କୁ ଭଲ ପାଇ ବସିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ମାତ୍ର ଗୋବିନ୍ଦାଙ୍କ ମା’ ଚାହୁଁଥିଲେ ଯେ, ପୁଅ ନିର୍ଦ୍ଦେଶକ ଆନନ୍ଦ ସିଂହଙ୍କ ଶାଳୀ (ବର୍ତ୍ତମାନର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା)ଙ୍କୁ ବିବାହ କରନ୍ତୁ। ଗୋବିନ୍ଦା କେବେ ହେଲେ ମା’ଙ୍କ କଥା ଏଡାଇ ପାରୁ ନ ଥିଲେ। ତେଣୁ ସେ ମା’ଙ୍କ କଥା ମାନି ସୁନିତାଙ୍କୁ ବିବାହ କରିଥିଲେ ।

ଯେତେବେଳେ ଗୋବିନ୍ଦା ନୀଲମଙ୍କୁ ଭଲପାଇ ବସିଥିଲେ, ସେତେବେଳକୁ ତାଙ୍କା ସୁନିତାଙ୍କ ସହ ନିର୍ବନ୍ଧ ଶେଷ ହୋଇଥିଲା। ନୀଲମଙ୍କ ସହ ନୀକଟତର ବଢ଼ିବା ପରେ ନିଜେ ଗୋବିନ୍ଦା ସୁନିତାଙ୍କ ସହ ନିର୍ବନ୍ଧ ଭାଙ୍ଗିଦେଇଥିଲେ । ପରେ ଗୋବିନ୍ଦାଙ୍କ ମା’ ଏହା ଜାଣିବା ପରେ ତାଙ୍କୁ ସୁନିତାଙ୍କ ସହ ବିବାହ କରିବାକୁ ବାଧ୍ୟ କରାଇଥିଲେ। ଶେଷରେ ଗୋବିନ୍ଦା ମା’ଙ୍କ କଥାରେ ରାଜି ହୋଇ ସୁନତାଙ୍କୁ ବିବାହ କରିଥିଲେ।

 

Share