Categories: ଜାତୀୟ

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ ଲଢିବେ ନିର୍ବାଚନ

ମୁମ୍ବାଇ,୨୮।୩: ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ଘଟେ ତେବେ ସେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ କୀର୍ତ୍ତିକରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏହାପୂର୍ବରୁ ବୁଧବାର ଗୋବିନ୍ଦା ଶିନ୍ଦେ କ୍ୟାମ୍ପ ନେତା ତଥା ପୂର୍ବତନ ଶିବସେନା ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ, ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଗୋବିନ୍ଦା ପୂର୍ବରୁ ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ମୁମ୍ବାଇ ଉତ୍ତର ଲୋକ ସଭା ଆସନରୁ ନିର୍ବାଚନରେ ଜିତିଥିଲେ।

Share