ଫ୍ଲପ ଫିଲ୍ମକୁ ଖରାପ ବୋଲି କହିଲେ ଭିକ୍କି

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅଭିନୀତ ମୁଭି ‘ଗୋବିନ୍ଦା ନାମ ମେରା’କୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ଏହାକୁ ଦର୍ଶକଙ୍କ ପକ୍ଷରୁ ପଜିଟିଭ ରେସପନ୍ସ ମିଳୁଛି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ବି କରୁଛି । ଏହାରି ଭିତରେ ଭିକ୍କିଙ୍କର ଏକ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ କିଛି ଫିଲ୍ମରେ ବେକାର ପରଫରମାନ୍ସକୁ ନେଇ କଥା ହୋଇଛନ୍ତି । ତେବେ ଦର୍ଶକେ ଏକବାର କ୍ଲ୍ରିୟର ଅଛନ୍ତି ଯେ ସେମାନଙ୍କୁ କ’ଣ ଦେଖିବାର ଅଛି । ଅଥବା ସେମାନେ କ’ଣ ଦେଖିବାକୁ ଚାହୁଁଛନ୍ତି ।
ଅଭିନେତା ଗତ ଦିନରେ ସାଧାରଣ ଫିଲ୍ମ ସହ ବିଗ ବଜେଟ ଫିଲ୍ମର ପରଫରମାନ୍ସ କଥା ବି କହିଛନ୍ତି । ତାଙ୍କର ଏହା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି କି କେବଳ ଭଲ ଫିଲ୍ମ କାମ କରୁଛି ଆଉ ଦର୍ଶକେ ସେମାନଙ୍କ ରୁଚିକୁ ନେଇ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଅଛନ୍ତି । ଭିକ୍କି ଭୁଲ ଭୁଲେୟା ୨, ଆରଆରଆର ଓ ଦୃଶ୍ୟମ ୨ ଭଳି ଫିଲ୍ମର ଉଦାହରଣ ଦେଇ କହିଛନ୍ତି ଏସବୁ ମୁଭି ସମାନ ଶୈଳିର ନ ହୋଇଥିଲେ ବି ଏ ସମସ୍ତ ମୁଭି ଭଲ ପ୍ରଦର୍ଶନ କରିଛି । କାରଣ ଏହା ଭଲ ଭାବେ ନିର୍ମାଣ କରାଯାଇଛି । ଫିଲ୍ମରେ କେବଳ ଭଲ କଣ୍ଟେଣ୍ଟ ହିଁ ବିକ୍ରି ହୋଇଥାଏ । ଭିକ୍କି ଆହୁରି ମଧ୍ୟ କହିଛନ୍ତି ଓଟିଟି ହେଉ ଅବା ବଡ ପରଦା ଫିଲ୍ମର କଣ୍ଟେଣ୍ଟ ଯଦି ଭଲ ରହିଛି ତେବେ ମାଧ୍ୟମ କୌଣସି ମାୟନେ ରଖି ନ ଥାଏ ।

Share