ସୁନ୍ଦରୀ ସ୍ତ୍ରୀଙ୍କୁ ହଟ୍‌ ପ୍ରେମିକା, ମଝିରେ ଗୋବିନ୍ଦା

ବମ୍ବେ: ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ନିର୍ମାତା କରନ ଜୋହର। ଏହାର ନାଁ ‘ମେରା ନାମ ଗୋବିନ୍ଦା’। ଫିଲ୍ମର ପ୍ରମୁଖ ଭୂମିକାରେ ନଜର ଆସିବେ ବିକ୍କି କୌଶଲ, କିଆରା ଆଡଭାଣୀ, ଭୂମି ପେଡନେକର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କରନ୍‌ ପୋଷ୍ଟର ରିଲିଜ କରି ଦର୍ଶକଙ୍କୁ ଫିଲ୍ମର ଝଲକ ଦେଖାଇଛନ୍ତି। ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଏହା ପର୍ଯ୍ୟବେଶିତ ହେବ।

‘ମେରା ନାମ ଗୋବିନ୍ଦା’ରେ ବିକ୍କିଙ୍କ ଚରିତ୍ରଟି ଗୋବିନ୍ଦା ବାଘମରେ ରହିବ। ସେହିଭଳି ଭୂମି ତାଙ୍କର ସ୍ତ୍ରୀ ଭୂମିକା ଏବଂ କିଆରା ତାଙ୍କର ପ୍ରେମିକା ଭୂମିକା ତୁଲାଇବେ। ଆସନ୍ତା ବର୍ଷ ଜୁନ ୧୦ରେ ଏହା ବଡ଼ ପରଦାରେ ରିଲିଜ ହେବ।

Share