ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…

ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତିି ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍‌ ଧକ୍‌ ଗର୍ଲ’ ଭଳି ଅନେକ ନାମରେ ସମ୍ବୋଧିତ କରିଥାନ୍ତି। କେବଳ ଯେ ପ୍ରଶଂସକ ତାହା ନୁହେଁ ମାଧୁରୀଙ୍କ ସୁନ୍ଦରତାରେ ମୁଗ୍ଧ ହୋଇଛନ୍ତି ଅନେକ ଅଭିନେତା। ସେମାନଙ୍କ ମଧ୍ୟରୁ ସୁପରଷ୍ଟାର ଗୋବିନ୍ଦା ଜଣେ। ଯଦି ପୂର୍ବରୁ ବିବାହ ନ କରିଥାନ୍ତେ ତେବେ ମାଧୁରୀଙ୍କୁ ନିଜର କରିବାକୁ ଚେଷ୍ଟା କରିଥାନ୍ତେ ବୋଲି ଏକଦା ଗୋବିନ୍ଦା କହିଥିଲେ।

୨୦୧୮ରେ ବିବିସିକୁ ଏକ ସାକ୍ଷାତକାର ଦେଉଥିଲେ ଗୋବିନ୍ଦା। ଏହି ସମୟରେ ମାଧୁରୀଙ୍କ ଭଳି ଅଭିନେତ୍ରୀ ଅସାଧାରଣ। ମୋତେ ମାଧୁରୀ ବହୁତ ପସନ୍ଦ। ଯଦି ମୋର ବିବାହ ହୋଇ ନ ଥାନ୍ତା ତେବେ ତାଙ୍କୁ ମୁଁ ନିଶ୍ଚୟ ଚାହିଁଥାନ୍ତି। ଆଜିକାଲିର ସମୟରେ ଏଭଳି ଭଲ ଅଭିନେତ୍ରୀ କୁଆଡୁ ମିଳିବେ ବୋଲି ବୋଲି ସେ କହିଥିଲେ।

ତେବେ ଗୋବିନ୍ଦା ମାଧୁରୀଙ୍କ ସହ ଫିଲ୍ମ ‘ବଡେ ମିଆଁ ଛୋଟେ ମିୟାଁ’ ଏବଂ ପାପ୍‌ କା ଅନ୍ତ’ ଭଳି ଫିଲ୍ମରେ କାମ କରିଛନ୍ତି। ହେଲେ ଅନ୍‌ସ୍କ୍ରିନ୍‌ରେ ଅନିଲ କପୁରଙ୍କ ସହ ତାଙ୍କର ଯୋଡ଼ି ସୁପରହିଟ୍‌ ଥିଲା। ଫିଲ୍ମ ‘ତେଜାବ୍‌’ ପୂର୍ବରୁ ତାଙ୍କୁ ସେତେଟା କେହି ଚିହ୍ନି ନ ଥିଲେ। ହେଲେ ସେତେବେଳକୁ ଅନେକ ଫିଲ୍ମରେ କାମ କରି ସାରିଥିଲେ।

Share