ବିମାନବନ୍ଦରରେ ନିଜର ଅବିକଳ ଚେହେରା ଥିବା ବ୍ୟକ୍ତିଙ୍କୁ ଦେଖି ଚମକିଲେ ଗୋବିନ୍ଦା, କହିଲେ କିଏ ଅସଲି?

ବମ୍ବେ: ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ବେଶ ଭାଇରାଲ ହେଉଛି। ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାମ୍ନାକୁ ଚାଲି ଆସିଥିଲେ ତାଙ୍କ ଭଳି ଅବିକଳ ଦେଖାଯାଉଥିବା ବ୍ୟକ୍ତି। ହାତରେ ତାଙ୍କର ଫୁଲତୋଡା ଥିଲା। ସେ ଗୋବିନ୍ଦାଙ୍କୁ ଦେଖି ପାଦ ଛୁଇଁଥିଲେ। ଏହାପରେ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ କିଏ ଅସଲି କିଏ ନକଲି ତାହା ଜାଣିପାରି ନ ଥିଲେ। ପରେ କିଛି ସମୟ ଉଭୟ କଥା ହେବା ପରେ ଗୋବିନ୍ଦା ନିଜର ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ। ଏବେ ଏହି ଭେଟର ଭିଡିଓ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

Share