Categories: ଜାତୀୟ

ଗୋବିନ୍ଦାଙ୍କୁ କରୋନା

ମୁମ୍ବାଇ.୪।୪: ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ କରୋନା ରିପୋର୍ଟ ରବିବାର ପଜିଟିଭ ଆସିଛି। ଏନେଇ ସେ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ସରକାରଙ୍କ କୋଭିଡ -୧୯ ପ୍ରୋଟୋକଲ ଅନୁକରଣ କରୁଥିବା ଗୋବିନ୍ଦା ସୂଚନା ଦେଇଛନ୍ତି। ଗୋବିନ୍ଦାଙ୍କ ସାମାନ୍ୟ ଲକ୍ଷଣ ରହିଥିବା ଡାକ୍ତରୀଦଳ ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ମଧ୍ୟ କରୋନା ଆକ୍ରାନ୍ତ ହୋଇ କିଛିଦିନ ହେଲା ସୁସ୍ଥ ହୋଇଛନ୍ତି।

Share