ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର ଝଡ଼ ସୃଷ୍ଟି ହୋଇଛି। ପତ୍ନୀ ସୁନୀତାଙ୍କ ସହ ତାଙ୍କର ଛାଡ଼ପତ୍ର ହେବ ବୋଲି କୁହାଯାଉଛି। ହେଲେ ଏବେ ଗୋବିନ୍ଦାଙ୍କ ଓକିଲ ବଡ଼ ବୟାନ ଦେଇଛନ୍ତି। ସୁନୀତା ଛାଡ଼ପତ୍ର ଲାଗି ଆବେଦନ କରିଥିଲେ। ହେଲେ ତାହା ଛଅ ମାସ ପୁରୁଣା କଥା। ଏବେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ଏବଂ ସେମାନେ ଏକାଠି ରହୁଥିବା ଓକିଲ କହି ଚମକାଇଛନ୍ତି।

ଗୋବିନ୍ଦାଙ୍କ ଓକିଲ ତଥା ନିକଟତର ଲଳିତ ବିନ୍ଦଲ ଏଥିନେଇ କହିଛନ୍ତି, ସୁନୀତା ଛାଡ଼ପତ୍ର ଲାଗି ଆବେଦନ କରିଥିଲେ ସତ, ହେଲେ ଏବେ ସବୁକିଛି ଠିକ୍‌ ହୋଇ ଯାଇଛି। ନୂଆ ବର୍ଷରେ ଆମେ ଏକାଠି ନେପାଳ ବୁଲିବାକୁ ଯାଇଥିଲୁ। ଆମେ ପଶୁପତିନାଥ ମନ୍ଦିରରେ ଏକାଠି ପୂଜା ମଧ୍ୟ କରିଥିଲୁ।

ପୂର୍ବରୁ ଗୋବିନ୍ଦା ଏବଂ ସୁନୀତା ଅଲଗା ଘରେ ରହୁଥିବା ଖବର ପ୍ରକାଶ ପାଇ ଆସୁଥିବା ବେଲେ ଓକିଲ ତାହାକୁ ଏଡ଼ାଇ ଯାଇଛନ୍ତି। ଦୁହେଁ ଏବେ ଏକାଠି ରହୁଛନ୍ତି। ଗୋବିନ୍ଦା ଯେବେ ଏମ୍‌ପି ହୋଇଥିଲେ ସେ ଅଫିସ କାମ କରିବାକୁ ଏକ ବଙ୍ଗଳା କିଣିଥିଲେ। ଏହି ଫ୍ଲାଟ୍‌ ତାଙ୍କ ଘରର ବିପରିତ ପାର୍ଶ୍ୱରେ ରହିଛି। ସେଠାରେ ସେ ଅଫିସ କାମ କରନ୍ତି। କେବେ କେବେ ରାତିରେ ରହି ଯାଆନ୍ତି। ହେଲେ ବିବାହପରଠାରୁ ଦୁହେଁ ଏକାଠି ଥିବା ସେ କହିଛନ୍ତି।

ତେବେ ଛାଡ଼ପତ୍ର ନେଇ ଖବର କାହିଁକି ପ୍ରକାଶ ପାଉଛି ପ୍ରଶ୍ନରେ ସେ କହିଛନ୍ତି ଯେ , ସୋସିଆଲ ମିଡିଆରେ ପଡକାଷ୍ଟରେ ତାଙ୍କ ବୟାନକୁ ଅଧା ଅଧୁରା ଦେଖାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି। ଗୋବିନ୍ଦାଙ୍କ ଭଳି ସ୍ବାମୀ ନୁହେଁ ତାଙ୍କ ଭଳି ପୁଅ ଚାହୁଁଥିବା ସୁନୀତା କହିଥିବା ଓକିଲ କହିଛନ୍ତି।

Share