ପୁଣି ବଲିଉଡ୍‌ରେ ଏଣ୍ଟ୍ରି କଲେ ଗୋବିନ୍ଦାଙ୍କ ଭଣଜା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦଙ୍କ ଭଣଜା ବିନୟ ଆନନ୍ଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିନୟ ଆନନ୍ଦ ପୁଣି ଥରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଦର୍ଶକ ତାଙ୍କ ଅଭିନୟର ଜଲଓ୍ବା ଦେଖିପାରିବେ। ପ୍ରେମ ଚୋପ୍ରା ଓ ଲକ୍ଷ୍ମୀକାନ୍ତ ବେର୍ଡେ ଷ୍ଟାରର ଫିଲ୍ମ ‘ଲୋ ମେ ଆ ଗୟା’ରୁ ବିନୟ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ୍‌ରେ ଡେବ୍ୟୁ କରିବା ପରେ ସେ ଭୋଜପୁରୀ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ବର୍ତ୍ତମାନ ପୁଣି ଥରେ ସେ ହିନ୍ଦୀ ସିନେମାଜଗତକୁ ଫେରିଛନ୍ତି। ରିପୋର୍ଟ ଅନୁସାରେ ଖୁବ୍‌ଶୀଘ୍ର ‘ମକାନ’ ନାମକ ଏକ ହରର ଫିଲ୍ମରେ ବିନୟଙ୍କ ଅଭିନୟ ଦେଖିବାକୁ ମିଳିବ। ତେବେ ବଲିଉଡ୍‌ରେ ଫେରିବାକୁ ନେଇ ବିନୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭୋଜପୁରୀ ଫିଲ୍ମ କରିବା ପରେ, ଜନତା ଓ ଷ୍ଟାଟସ୍‌ ମଧ୍ୟରେ ପ୍ରକୃତ ପାର୍ଥକ୍ୟ ବୁଝିପାରିିଥିଲି। ବଲିଉଡରୁ ଭୋଜପୁରୀ ଚଳଚ୍ଚିତ୍ରକୁ ଆସିବାର ଉଦ୍ଦେଶ୍ୟ ହେଉଛି ତାଙ୍କ ଘର ଚଳାଇବା। ଅନେକ ଲୋକ ଭାବନ୍ତି ଯେ, ମୁଁ ସେଲିବ୍ରିଟି ପରିବାରର। କିନ୍ତୁ ନିରାଟ ସତ୍ୟ ହେଉଛି ନିଜକୁ ନିଜର ଦାୟିତ୍ୱ ସମ୍ଭାଳିବାକୁ ପଡ଼ିଥାଏ। ବଲିଉଡରେ ନିଜର ଏକ ସ୍ଥାନ ତିଆରି କରିବାକୁ ହେଲେ ନିଜକୁ ପ୍ରମାଣ କରିବାକୁ ମଧ୍ୟ ପଡିଥାଏ। ଖରାପ ସମୟରେ ବି ନିଜର ସାହାଯ୍ୟ ନିଜକୁ କରିବାକୁ ପଡ଼ିଥାଏ ବୋଲି ବିନୟ ଆନନ୍ଦ କହିଛନ୍ତି।

Share