ଗୋବିନ୍ଦାଙ୍କ ନୂଆ ଗୀତ ରିଲିଜ୍‌

ମୁମ୍ବାଇ: ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ବଲିଉଡ୍‌ରେ ରାଜ୍‌ କରୁଥିବା ସୁପରଷ୍ଟାର ଗୋବିନ୍ଦାଙ୍କ ଯାଦୁ ଦର୍ଶକଙ୍କ ହୃଦୟରେ ଆଜି ବି ଛାପ ହୋଇରହିଛି। ଏଥିପାଇଁ ଏବେ ତାଙ୍କର ଏକ ନୂଆ ଗୀତ ‘ଟନ୍‌ ଟନା ଟନ୍‌’ ରିଲିଜ ହୋଇଛି। ସେତେବେଳେ ଏହା କେବଳ ଭାରତରେ ନୁହେଁ, ପଡ଼ୋଶୀ ଦେଶ ପାକସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତଟି ଖୁବ୍‌ଶୀଘ୍ର ଭାଇରାଲ ହେଉଛି। ପ୍ରଶଂସକମାନେ ଗୋବିନ୍ଦାଙ୍କ ଗୀତରେ ନାଚିବାକୁ ବାଧ୍ୟ ହେଉଛନ୍ତି।

ଗୋବିନ୍ଦାଙ୍କ ଏହି ଗୀତରେ ଯୁବପିଢ଼ି ବହୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗୀତରେ ସୁପରଷ୍ଟାର ଗାୟକ ମିକା ସିଂ କଣ୍ଠଦାନ କରିଥିବା ବେଳ ଗୋବିନ୍ଦା ଅଭିନୟ କରିଛନ୍ତି। ମାଷ୍ଟର ଗଣେଶ ଆଚାର୍ଯ୍ୟ ଏହି ଗୀତର କୋରିଓଗ୍ରାଫ୍‌ କରିଛନ୍ତି। ଗୋବିନ୍ଦା ଏବଂ ଗଣେଶ ଅତୀତରେ ଏକାଠି କାମ କରିଛନ୍ତି। ଏଥର ସେମାନେ ଏହି ଗୀତରେ ଏକ ନୂଆ ଶୈଳୀରେ ଡ୍ୟାନ୍ସ କରିଛନ୍ତି। ଯାହାକୁ ସେମାନଙ୍କ ପ୍ରଶଂସକ ଏବଂ ସମାଲୋଚକ ମଧ୍ୟ ପସନ୍ଦ କରିଛନ୍ତି।

ଗୋବିନ୍ଦାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ‘ଗୋବିନ୍ଦା ରୟାଲ୍ସ’ରେ ଗୀତଟି ଲଞ୍ଚ୍‌ କରିଛି। ସେ ଏହି ଚ୍ୟାନେଲରେ ନିଜର ଡ୍ୟାନ୍ସ ଭିଡିଓଗୁଡ଼ିକୁ କ୍ରମାଗତ ଭାବରେ ଶେୟାର କରୁଛନ୍ତି। ଭିଡିଓରେ ବେଳେବେଳେ ସେ ନିଜେ ଗୀତ ଗାଇ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ତାଙ୍କ ନୂଆ ଗୀତ ଏବେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

Share