ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ସରକାର: ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥାହେଲେ ଏମ୍‌ପି ଷଡ଼ଙ୍ଗୀ

ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ ଏମ୍‌ପି ଷଡ଼ଙ୍ଗୀ ବସ୍ତା, ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବା ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

ଏପରିକି ସମସ୍ତଙ୍କ ପାଇଁ ପୌଷ୍ଟିକ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା, ବିଶେଷ କରି ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିସ୍ଥାପିତଙ୍କ ଘରକୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନକୁ ଅବଗତ କରାଇଥିଲେ। ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି, ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ, ଏନ୍‌ଡ଼ିଆରଏଫ, ଓଡ଼ିଆରଏଫ, ବନ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛନ୍ତି। ଏ’ବାବଦରେ ଏମ୍‌ପି ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନରେ କଥା ହୋଇ ଆଲୋଚନା କରିଥିଲେ।

ଉକ୍ତ ତିନୋଟି ବ୍ଲକର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି କାର୍ଯ୍ୟର ତଦାରଖ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିୟୋଜିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଲୋକଙ୍କୁ ଭୟଭୀତ ନ ହୋଇ ସରକାରଙ୍କ ସୂଚନା ମୂତାକ ନିର୍ଦ୍ଦେଶ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଏମ୍‌ପିଙ୍କ ସହିତ ବହୁ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l ବାତ୍ୟା ଆଶ୍ରୟସ୍ଥଳୀରେ ଏମ୍‌ପି ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଚାଉଳ ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଲାଠୋର୨୪।୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କନ୍ଦେଇଛାପର ଗ୍ରାମବାସୀ ଏକ ଚାଉଳ ବୋଝେଇ ଗାଡ଼ିକୁ ଗୁରୁବାର ରାତିରେ ଅଟକ ରଖି ଲାଠୋର ପୋଲିସକୁ ଖବର...

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା...

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍‌! ଚାପିବାକୁ ଚାଲିଛି ଉଦ୍ୟମ

ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍‌...

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା...

ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ...

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri