Categories: ଜାତୀୟ

ଯାତ୍ରୀ ଚଳାଚଳକୁ ନେଇ କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୨।୧୦: ଦେଶରେ କୋଭିଡ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଡ଼ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୂର୍ବରୁ ଘରୋଇ ବିମାନ ପାଇଁ ୮୫% କଟକଣା ଲାଗୁ ହୋଇଥିଲା। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତାନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନା ଗାଇଡଲାଇନକୁ ମାନିବାକୁ ହେବ ବୋଲି କୁହାଯାଇଛି।

Share