Categories: ଜାତୀୟ

ଶେଫାଳୀ ସରନ୍‌ ସରକାରଙ୍କ ନୂଆ ମୁଖପାତ୍ର

ନୂଆଦିଲ୍ଲୀ,୧୭।୩:ବରିଷ୍ଠ ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାର ଶେଫାଳୀ ବି ସରନ୍‌ କେନ୍ଦ୍ର ସରକାରଙ୍କ ନୂଆ ମୁଖପାତ୍ର ନିଯୁକ୍ତ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୩୧ ତାରିଖରେ ମନୀଷ ଦେଶାଇଙ୍କ ଅବସର ପରେ ୧୯୯୦ ବ୍ୟାଚ୍‌ର ଏହି ଅଫିସର ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ (ପିଆର୍‌ଡିଜି) ଭାବେ ଦାୟିତ୍ୱ ତୁଲାଇବେ। ପୂର୍ବରୁ ସରନ୍‌ ନିର୍ବାଚନ କମିଶନ ଏବଂ ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ର ଭାବେ କାର୍ଯ୍ୟ କରିଥିଲେ। ନୀଲମ କପୁର, ଦୀପକ ସାନ୍ଧୁ, ଶକୁନ୍ତଳା ମହାଓ୍ବାଲ ଏବଂ ଏନ୍‌.ଜେ. କ୍ରିଷ୍ଣାଙ୍କ ପରେ ପିଆଇବିର ମୁଖ୍ୟ ହେବାରେ ସେ ପଞ୍ଚମ ମହିଳା ଅଫିସର। ଅନ୍ୟପକ୍ଷରେ ଅଲ୍‌ ଇଣ୍ଡିଆ ରେଡିଓର ନ୍ୟୁଜ୍‌ ମହାନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇଆଇଏସ୍‌ ଅଫିସର ମୌସମୀ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବସୁଧା ଗୁପ୍ତାଙ୍କ ସ୍ଥାନରେ ଏପ୍ରିଲରେ ଦାୟିତ୍ୱ ଗ୍ରହଣ କରିବେ।

Share