Categories: ଜାତୀୟ

ଅନୁମତି ପରେ ଆଜିଠୁ କୋଓ୍ବିନ୍‌ ଆପ୍‌ରେ ଉପଲବ୍ଧ ହେବ ନାଜାଲ ଭାକ୍ସିନ୍‌

ନୂଆଦିଲ୍ଲୀ,୨୩।୧୨: ଭାରତ ବାୟୋଟେକ୍‌ ପ୍ରସ୍ତୁତ ନାଜାଲ ଭାକ୍ସିନ୍‌କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ବୁଷ୍ଟର ଡୋଜ ଭାବେ ବ୍ୟବହୃତ ହେବ। ଶୁକ୍ରବାର ସନ୍ଧ୍ୟାରୁ କୋଓ୍ବିନ୍‌ ଆପ୍‌ରେ ଉପଲବ୍ଧ ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ଘରୋଇ ହସ୍ପିଟାଲରେ ମିଳିବ। ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ଭାକ୍ସିନ୍‌ ଦିଆଯାଇପାରିବ। ଖୁବ୍‌ଶୀଘ୍ର ଟିକାର ମୂଲ୍ୟ ସ୍ଥିର କରାଯିବ ବୋଲି ଜଣାପଡିଛି।

Share