ବେଙ୍ଗାଲୁରୁ, ୧୫ା୬:କର୍ନାଟକରେ ସ୍କୁଲ୍ ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ନେଇ ବିବାଦ ଲାଗିରହିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍ଏସ୍)ର ପ୍ରତିଷ୍ଠାତା ବଳିରାମ ହେଡ୍ଗଓ୍ବୋରଙ୍କ ଉପରେ ବିଷୟ ହଟାଇବାକୁ ସିଦ୍ଧରମୟାଙ୍କ ନେତୃତ୍ୱ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର କର୍ନାଟକ ସରକାର ଉପରୋକ୍ତ ପ୍ରସଙ୍ଗକୁ ଅନୁମୋଦନ କରିଛନ୍ତି। ଟେକ୍ସଟ୍ ବୁକ୍ରେ କେଉଁ ବିଷୟ ରହିବ ଏବଂ କେଉଁ ପ୍ରସଙ୍ଗ ରହିବ ନାହିଁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରି ବହିରେ ସଂଶୋଧନ କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ମଧୁ ବାଙ୍ଗରାପ୍ପା କହିଛନ୍ତି। ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।