Categories: ଜାତୀୟ

୫୪ ଚାଇନା ଆପ୍‌ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ସରକାର ଭାରତରେ ୫୪ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ୨୦୨୦ ମସିହାରୁ ମୋଟ ୨୭୦ଟି ଆପ ଉପରେ ନିଷେଧାଦେଶ ଲାଗିଛି। ଭାରତୀୟଙ୍କ ଗୋପନୀୟତା ତଥା ସୁରକ୍ଷା ପ୍ରତି ବିପଦ ବୋଲି କହି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ବ୍ୟାନ ହୋଇଥିବା ଆପ ମଧ୍ୟରେ ରହିଛି ସୁଇଟ ସେଲ୍ଫି ଏଚ୍‌ଡି, ବ୍ୟୁଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ, ଆପ୍ଲକ, ଇକ୍ୟୁଲାଇଜର, ବାସ ବୁଷ୍ଟର ଆପ, ଡୁଆଲ ସ୍ପେସ ଲାଇଟ, କ୍ୟାମ କାର୍ଡ, ଭାଇଭା ଭିଡିଓ ଏଡିଟର ବୋଲି ଜଣାପଡିଛି।

 

Share