Categories: ଜାତୀୟ

୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟକୁ କରାଯାଇଛି ବ୍ଲକ

ନୂଆଦିଲ୍ଲୀ, ୨୧ା୭: ଦେଶ ସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୧-୨୨ରେ କେନ୍ଦ୍ର ସରକାର ୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ୟୁଆର୍‌ଏଲ୍‌ ତଥା ଓ୍ବେବସାଇଟ୍‌କୁ ବ୍ଲକ କରିଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇତତ୍ବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନ ଉପରେ କଡ଼ା ନଜର ରଖାଯାଇଥିବା ସେ ପ୍ରକାଶ କରିଛନ୍ତି।

Share