Categories: ଜାତୀୟ

ଏସ୍‌ଏଫ୍‌ଜେ ଓ୍ବେବସାଇଟ୍‌କୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ସିଙ୍ଗୁ ସୀମାରେ ଆନ୍ଦୋଳନ କରୁଥିତ୍ବା ଶିଖ ଯୁବକଙ୍କୁ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସରେ ଇଣ୍ଡିଆ ଗେଟ୍‌ରେ ଖଲିସ୍ତାନ ପତାକା ଉଡାଇବାକୁ ଆହ୍ବାନ ଦେଇଥିଲା ଆତଙ୍କବାଦୀ ସଂଗଠନ ‘ଶିଖ ଫର ଜଷ୍ଟିସ୍‌’। ଏ ନେଇ ପୁରସ୍କାର ବାବଦକୁ ୧.୮ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଥିଲେ ଏସ୍‌ଏଫ୍‌ଜେ ମୁଖ୍ୟ ଗୁରପାତ୍ୱାନ୍ତ ସିଂ ପନ୍ନୁ। ଏହାକୁ ଯେଉଁ ଓ୍ବେବସାଇଟ୍‌ରେ ଲେଟର ଶେୟାର କରାଯାଇଥିଲା, ତାକୁ ବୁଧବାର କେନ୍ଦ୍ର ସରକାର ବ୍ଲକ କରି ଦେଇଛନ୍ତି। ଦେଶର ଟେଲିକମ୍ୟୁନିକେଶନ ବିଭାଗ ‘www.punjabreferndumcommissiong.org’ ନାମକ ଓ୍ବେବସାଇଟ୍‌କୁ ବ୍ଲକ କରି ଦେଇଛି।

ଉଲ୍ଲେଖଥାଉ କି, ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ କିଛି ନିଷିଦ୍ଧ ସଂଗଠନ ସାମିଲ ଥିବା ଦାବି କରିଥିଲେ କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ଏହା ଉପରେ ଏକ ଆଫିଡେଭିଟ୍‌ ଫାଇଲ କରିବାକୁ ସରକାରଙ୍କୁ କହିଛନ୍ତି। ଆଫିଡେଭିଟ୍‌ରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଡାଟା ସହ ଦେବାକୁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ଅବସରରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।

Share