Categories: ଜାତୀୟ

ଛାତ୍ରୀଛାତ୍ରଙ୍କ ଆଗରେ ମୁଣ୍ଡ ନୁଆଁଇଲା ୟୁପିପିଏସ୍‌ସି: RO-ARO ପରୀକ୍ଷା ସ୍ଥଗିତ

ପ୍ରୟାଗରାଜ,୧୪।୧୧: ୟୁପି ଜନସେବା ଆୟୋଗ (ୟୁପିପିଏସ୍‌ସି) ଅଫିସ୍‌ ବାହାରେ ପ୍ରତିଯୋଗୀତା ମୂଳକ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଚାଲିଛି। ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀନେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗୋଟିଏ ଦିନରେ ପିସିଏସ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହା ସହିତ RO-ARO ପରୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି, RO-ARO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ମୁକ୍ତ କରାଯାଉଛି ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦଖଲ ପରେ ଆୟୋଗ ୟୁପିପିସିଏସ୍‌ ୨୦୨୪ର ପ୍ରାରମ୍ଭିକ ପରୀକ୍ଷା ପୂର୍ବଭୂଳି ଗୋଟିଏ ଦିନ ଏବଂ ଗୋଟିଏ ଶିଫ୍ଟରେ କରାଇବାକୁ ଘୋଷଣା କରିଛନ୍ତି। ଏହାସହ ଆୟୋଗ ପିସିଏସ୍‌ ପ୍ରାର୍ଥୀଙ୍କ ଦାବି ମାନିନେଇଛି। କିନ୍ତୁ RO-ARO ୨୦୨୩ ପରୀକ୍ଷାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଡିସେମ୍ବରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

Share