Categories: ଜାତୀୟ

ମଝି ରାସ୍ତାରେ ଜଳିଗଲା ସରକାରୀ ବସ୍‌, ଭିତରେ ଥିଲେ ଯାତ୍ରୀ

ବେଙ୍ଗାଲୁରୁ,୦୯।୭: ବେଙ୍ଗାଲୁରୁ ସହରର ଏକ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ସରକାରୀ ବସ୍‌ ଜଳି ଯାଇଥିବା ଖବର ମିଳିଛି । ଆଜି ସକାଳ ସମୟରେ ଚାଳକ ଗାଡ଼ି ଷ୍ଟାର୍ଟ କରୁଥିବା ସମୟରେ ବସ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଚାଳକ ଜଣଙ୍କ ଲୋକଙ୍କୁ ବସ୍‌ରୁ ଓହ୍ଲାଇଯିବାକୁ କହିଥିଲେ । ଫଳରେ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏହି ଘଟଣାରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟ୍ରନ୍ସପୋର୍ଟ କର୍ପୋରେସନ୍‌ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ଦେଇଛି ।

Share