Categories: ଜାତୀୟ

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଟେଲିକାଷ୍ଟ ବନ୍ଦ କରି ପାରିବେନି ସରକାର: ତାମିଲନାଡୁ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟକା…

ନୂଆଦିଲ୍ଲୀ,୨୨।୧ : ସୋମବାର ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଏକ ନୋଟିସ ଜାରି କରି କହିଛନ୍ତି ରାମ ମନ୍ଦିର ଉଦଘାଟନ ଏବଂ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ ଟେଲିକାଷ୍ଟ ପାଇଁ ଅନୁମତୀକୁ ମନା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା ଡିଏମକେ ନେତୃତ୍ୱାଧୀନ ସରକାର ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ ଟେଲିକାଷ୍ଟର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଅନ୍ୟ ସମ୍ପ୍ରଦାୟ ପଡୋଶୀ ଅଞ୍ଚଳରେ ରହୁଥିବାରୁ ଅନୁମତି ମନା କରାଯାଇପାରିବ ନାହିଁ। ସୋମବାର ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ କହିଛନ୍ତି, ଏହା ଏକ ସମରୂପ ସମାଜ, କେବଳ ଅନ୍ୟ ସମ୍ପ୍ରଦାୟ ଥିବାରୁ ଲାଇଭ ଟେଲିକାଷ୍ଟକୁ ବନ୍ଦ କରିହେବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି।

Share