ଆପଲ୍ ଆଇଫୋନ୍ ହ୍ୟାକିଂ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୧/୧୦: ମଙ୍ଗଳବାର କେନ୍ଦ୍ର ସରକାର ବିରୋଧୀଙ୍କ ଆପଲ୍ ଆଇଫୋନ୍ ହ୍ୟାକିଂ ଦାବିକୁ ଖାରଜ କରିଛନ୍ତି। ଏହା ସହିତ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅଶ୍ୱିନ୍ ବୈଷ୍ଣବ କହିଛନ୍ତି ଯେ କିଛି ସହକର୍ମୀ ଆପଲ୍ ଆଲର୍ଟ ବିଷୟରେ ଅଭିଯୋଗ କରିଛନ୍ତି, ଏଭଳି ପରିସ୍ଥିତିରେ ଆମେ ମାମଲାର ମୂଳରେ ନିଶ୍ଚିନ୍ତ ପହଞ୍ଚିବା।

ବିରୋଧୀଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ ଆମର କିଛି ସମାଲୋଚକ ଅଛନ୍ତି ଯେଉଁମାନେ ସବୁବେଳେ ମିଛ ଅଭିଯୋଗ କରନ୍ତି। ସେମାନେ ଦେଶର ପ୍ରଗତି ଚାହୁଁ ନାହାଁନ୍ତି। ୧୫୦ ଟି ଦେଶରେ ଆପଲ୍ ଆଲର୍ଟ ଜାରି କରିଛି। ଆପଲ୍ ଅନୁମାନ ଉପରେ ଆଧାର କରି ବାର୍ତ୍ତା ପଠାଇଛି, ଯାହା ବିଷୟରେ ଆପଲ୍ ଏହାର ସ୍ପଷ୍ଟୀକରଣ ଜାରି କରିଛି।

ଏହା ବ୍ୟତୀତ ଆଇଟି ମନ୍ତ୍ରୀ କହିଛନ୍ତି ବିରୋଧୀ ମାନଙ୍କର ଅଭ୍ୟାସ ରହିଛି, କି କୌଣସି ବିଷୟ ନଥିଲେ ସେମାନଙ୍କ ଗୋଇନ୍ଦା ଗିରି ହେଉଥିବା ଅଭିଯୋଗ ଲଗାଇଥାନ୍ତି। ତେବେ ଏହି ଅଭିଯୋଗ ସେମାନେ କିଛି ବର୍ଷ ପୂର୍ବରୁ ଲଗାଇବାକୁ ଚେଷ୍ଟା କରିଥିଲେ। ଯାହାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହୋଇଥିଲା, କିନ୍ତୁ କିଛି ସାବ୍ୟସ୍ତ ହୋଇ ନଥିଲା। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦାବି କରିଥିଲେ ଯେ, ତାଙ୍କର ଦୁଇ ପିଲାଙ୍କର ଫୋନ ହ୍ୟାକି ହୋଇଥିଲା, କିନ୍ତୁ ତଦନ୍ତରେ କିଛି ମିଳିନଥିଲା।

Share