Posted inଜାତୀୟ

ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବିଭାଗ, ସିଭିସି ରିପୋର୍ଟ ନେଇ ହୋଇନି କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୨୯।୮ : ସରକାରୀ ବିଭାଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ବିଭାଗଗୁଡ଼ିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପରାମର୍ଶକୁ ଅନୁସରଣ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ ଭିଜିଲାନ୍ସ କମିଶନ ଏଭଳି ୫୫ ଟି ମାମଲା ରୁଜୁ କରିଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୧୧ ଟି ମାମଲା ରେଲଓ୍ବେରେ ରହିଛି।

ସିଭିସିର ୨୦୨୧ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ଅଫ ଇଣ୍ଡିଆ (ସିଡ୍‌ବି), ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଦିଲ୍ଲୀ ଜଳ ବୋର୍ଡରେ ପ୍ରତ୍ୟେକଟିରେ ଚାରୋଟି ଦୁର୍ନୀତି ମାମଲା ରହିଛି। ଏହା ବ୍ୟତୀତ ମହାନଦୀ କୋଇଲଫିଲ୍ଡ ଲିମିଟେଡ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା। ଏଥି ସହିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ମାଡ୍ରାସ ଫର୍ଟିଲାଇଜର୍ସ ଲିମିଟେଡ, ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ୟୁନିଭରସିଟି ଏବଂ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ବିରୋଧ ଦୁଇଟି ମାମଲା ରହିଛି। ଆୟୋଗ କହିଛନ୍ତି ଯେ ଏହାର ପରାମର୍ଶକୁ ଗ୍ରହଣ ନକରିବା କିମ୍ବା ଆୟୋଗଙ୍କ ସହ ପରାମର୍ଶ ନକରିବା ଭିଜିଲାନ୍ସ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଭିଜିଲାନ୍ସ ପ୍ରଶାସନର ନିରପେକ୍ଷତାକୁ କ୍ଷୁର୍ଣ୍ଣ କରିଥାଏ।

ରିପୋର୍ଟରେ ଅନୁପଯୁକ୍ତ ସମ୍ପତ୍ତିର ଗୋଟିଏ ମାମଲା ରହିଛି। ସିଭିସି କହିଛି ଯେ ଗୋଟିଏ ମାମଲାରେ ତତ୍କାଳୀନ ମୁଖ୍ୟ ପର୍ସନାଲ ଅଫିସର ତାଙ୍କ ଆୟଠାରୁ ୧୩୮.୬୫ ପ୍ରତିଶତ ଅଧିକ ସମ୍ପତ୍ତି ହାସଲ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ସମ୍ପତ୍ତି କ୍ରୟ ତଥା ପରିବାର କିମ୍ବା ତାଙ୍କ ପତ୍ନୀଙ୍କ ଦ୍ୱାରା ବିନିଯୋଗ ବ୍ୟତୀତ ପରିବାରର ସଦସ୍ୟଙ୍କ ଦ୍ୱାରା ଉପହାର ଗ୍ରହଣ ସମ୍ବନ୍ଧୀୟ ବିସ୍ତୃତ ନିୟମ ଅନୁଯାୟୀ ବିଭାଗର ଅନୁମତି ନ ନେଇ ଅଧିକାରୀ ଦାୟୀ ବୋଲି ଜଣାପଡିଛି। ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆୟୋଗ ୭ ମାର୍ଚ୍ଚ ୨୦୧୨ ରେ ପ୍ରଥମ ପରାମର୍ଶ ଦେଇଥିଲେ। ଏହା ପରେ ଦ୍ୱିତୀୟ ପଦକ୍ଷେପ ନେଇ ପରାମର୍ଶ ଦିଆଯାଇଥିଲା । ତେବେ ରେଳବାଇ ବୋର୍ଡ ଏହି ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଛି।

ଭିଜିଲାନ୍ସ କମିଶନଙ୍କ କହିବାନୁସାରେ, ଏପରି ଏକ ମାମଲା ସିଡ୍‌ବିର ଥିଲା, ଯେଉଁଥିରେ ବ୍ୟାପକ ଆର୍ଥିକ କ୍ଷତି ହୋଇଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ଉପରେ କମିଶନ ଜରିମାନା ଆଦାୟ କରିବାକୁ ସୁପାରିଶ କରିଛନ୍ତି। ତେବେ ଆୟୋଗର ପରାମର୍ଶକୁ ଏଡ଼ାଇ ଉଭୟ ଅଧିକାରୀ ଏହି ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri