ବନ୍ୟା ମୁକାବିଲା ପାଇଁ ଆଇଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ. ସିଂହଙ୍କୁ କଟକ ଦାୟିତ୍ୱ ଦିଆଯାଇଛି। ସେହିପରି ବିଶାଲ ଦେବଙ୍କୁ ବାଲେଶ୍ୱର, ପିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭି. ଭି ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତ୍‌ସିଂହପୁର ଏବଂ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କୁ ପୁରୀ ଜିଲା ଦାୟିତ୍ୱ ଦିଆଯାଇଛି।

Share