Categories: ଜାତୀୟ

ବିରୋଧୀଙ୍କୁ ହେୟଜ୍ଞାନ କରନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଅଛନ୍ତି। ଗସ୍ତ ବେଳେ ବେଲଜିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଜି-୨୦ର ଅଧ୍ୟକ୍ଷତା କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବହୁତ ଭଲ କଥା। ହେଲେ ଏହି ବୈଠକରେ ବିରୋଧୀ ଦଳର ନେତାମାନଙ୍କୁ ଡିନର ପାର୍ଟିରେ ନିମନ୍ତ୍ରଣ କରାଯାଇ ନାହିଁ। ଏଥିରୁ ଆପଣ ସ୍ପଷ୍ଟ ବାରି ପାରୁଥିବେ ସରକାରଙ୍କର ବିରୋଧୀଙ୍କ ପ୍ରତି ମନୋଭାବ କିପରି।

ସେ ଆହୁରି କହିଛନ୍ତି, ବିରୋଧୀଙ୍କ ପ୍ରତି ସରକାର କେତେ ଯତ୍ନବାନ ଆପଣ ଦେଖି ପାରୁଥିବେ। ସେମାନେ ଏପରି କାହିଁକି କରନ୍ତି? ସେମାନେ ଏହା କରିବାର ଆବଶ୍ୟକ କଣ? ଏହା କରିବା ପୂର୍ବରୁ ସେମାନେ ଚିନ୍ତା କରନ୍ତି ନା ନାହିଁ? ଏହାର ଅର୍ଥ ହେଉଛି ସରକାର ଭାରତର ୬୦ପ୍ରତିଶତ ଜନସଂଖ୍ୟାର ବିରୋଧୀ ନେତାଙ୍କୁ ହେୟଜ୍ଞାନ କରନ୍ତି।

Share