ଆପଣଙ୍କ ସଉକରୁ ୭୦ହଜାର କୋଟି ଆୟ କରନ୍ତି ସରକାର, ଜାଣନ୍ତୁ ସିନ୍‌ ଟ୍ୟାକ୍ସ ବିଷୟରେ…

ନୂଆଦିଲ୍ଲୀ,୨୨।୬: ନିଜ କ୍ୟାରିୟର ପରେ ଜୀବନରେ ଅନ୍ୟ କୌଣସି ଜିନିଷରେ ସଉକ ରଖିବା ଭଲ କଥା। ଏବେ ସରକାର ମଧ୍ୟ ସମାନ କଥା କହୁଛନ୍ତି। କାରଣ ସରକାର ଆପଣଙ୍କର ସଉକରୁ ହିଁ ଅତିରିକ୍ତ ଆୟ କରୁଛନ୍ତି । ଏହି ପରିମାଣ ମଧ୍ୟ ଅଳ୍ପ ନୁହେଁ। ସରକାର ଏଥିରୁ ୭୦,୦୦୦କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥନୀତିର ଭାଷାରେ କହିଲେ, ସରକାର ଆପଣଙ୍କର ‘ହବି’ରୁ ଅତିରିକ୍ତ ଟ୍ୟାକ୍ସ ଉପାର୍ଜନ କରୁଛନ୍ତି। ଯାହାକୁ ସିନ ଟ୍ୟାକ୍ସ କୁହାଯାଏ।

ସାଧାରଣତଃ ପାନ ମସଲା, ମଦ, ସିଗାରେଟ, କୋଲ୍ଡ ଡ୍ରିଙ୍କ୍ସ, ମହଙ୍ଗା ପରଫ୍ୟୁମ, ଆମଦାନୀ ସାମଗ୍ରୀ ଏବଂ ଯାନ ଉପରେ ସିନ ଟ୍ୟାକ୍ସ ଆଦାୟ କରୁଛନ୍ତି। ଏହା ଏକ ପ୍ରକାର ଆପଣଙ୍କ ‘ବିଳାସବ୍ୟସନ’ ବା ଲଗଜରୀ ଉପରେ ଲାଗୁଥିବା ଟ୍ୟାକ୍ସ ଅଟେ। ଯଦିଓ ସିନ୍‌ର ଅର୍ଥ ହେଉଛି ପାପ। ଏପରି ପରିସ୍ଥିତିରେ, ଏହି ଜିନିଷଗୁଡ଼ିକରେ ନିଜ ଟଙ୍କା ଖର୍ଚ୍ଚ କରିବା ପ୍ରକୃତରେ ଏକ ’ପାପ’ କି ନୁହେଁ ତାହା ବ୍ୟକ୍ତି ଉପରେ ନିର୍ଭର କରେ। ସରକାର ଏହାକୁ ବିଳାସପୂର୍ଣ୍ଣ ଟ୍ୟାକ୍ସ ପରି ସଂଗ୍ରହ କରନ୍ତି।

ଯେତେବେଳେ ଜୁଲାଇ ୨୦୧୭ରେ ଦେଶରେ ଜିଏସଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା, ସେତେବେଳେ ସର୍ବାଧିକ ଟ୍ୟାକ୍ସ ସ୍ଲାବକୁ ୨୮ ପ୍ରତିଶତରେ ରଖାଯାଇଥିଲା। କିନ୍ତୁ ବିଳାସପୂର୍ଣ୍ଣ ଦ୍ରବ୍ୟ ପାଇଁ ୧୫ ପ୍ରତିଶତ ପର୍ଯ୍ୟନ୍ତ ପୃଥକ ଲାଗୁ କରାଯାଇଥିଲା। ଏହା ଲାଗୁ କରିବାର ଉଦ୍ଦେଶ୍ୟ ଥିଲା ଯେ ଏହି ଆଇଟମରୁ ଆସୁଥିବା ଅର୍ଥ ରାଜ୍ୟଗୁଡିକର ରାଜସ୍ବ କ୍ଷତି ପୂରଣ କରିବ, ଯାହା ଜିଏସଟି ଲାଗୁ ହେତୁ ଘଟିପାରେ। ବର୍ତ୍ତମାନ ଏହି ଟ୍ୟାକ୍ସ ସରକାରଙ୍କ ପାଇଁ ସୁନା ଅଣ୍ଡା ପାଲଟିଛି। ଏହି ଖର୍ଚ୍ଚ ସରକାରଙ୍କୁ ୭୦ହଜାର କୋଟିର ଲାଭ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri