Categories: ଜାତୀୟ

ସରକାରୀ କର୍ମଚାରୀଙ୍କୁ ତ୍ରିରଙ୍ଗା କିଣି ଏହାର ଫଟୋ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୧୪।୮ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଭାଜପାକାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ହେଉଛି। ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ନିଜ ଟଙ୍କା ସହିତ ତ୍ରିରଙ୍ଗା କିଣିବାକୁ ଏବଂ ଏହାର ଫଟୋ ଉଠାଇ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାର୍ଟି ଅଫିସରେ ବିକ୍ରି ହେଉଥିବା ତ୍ରି ରଙ୍ଗାର ମୂଲ୍ୟ ୨୦ ଟଙ୍କା ଏବଂ ଏହାର ଷ୍ଟିକର ମୂଲ୍ୟ ୧୦ ଟଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଦଳ କହିଛି ଯେ ଅନେକ ପରିବାର ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ପତାକା ଲଗାଇବେ। ଏଭଳି ପରିସ୍ଥିତିରେ ସେ କମ ମୂଲ୍ୟରେ ତ୍ରିରଙ୍ଗା ଯୋଗାଇବା ଲାଗି ସେମାନଙ୍କୁ ସାହାଯ୍ୟ କରାଯାଉଛି।

ଧର ଜିଲାର ପ୍ରତ୍ୟେକ ଶିକ୍ଷକଙ୍କୁ ତ୍ରିରଙ୍ଗା କିଣିବା ଲାଗି ୩୦୦ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି। ସେମାନଙ୍କୁ ଅତି କମରେ ୧୦ ଟି ପତାକା ବାଣ୍ଟିବାକୁ ପଡିବ ବୋଲି ସେ କହିଛନ୍ତି। ଏସବୁ ବ୍ୟତୀତ ଆଦେଶ ଦିଆଯାଇଛି ଯେ ଜାତୀୟ ପତାକାକୁ ଯେପରି ଅସମ୍ମାନ କରା ନଯାଏ। ପଞ୍ଚାୟତ, ଅଙ୍ଗନୱାଡି, ସମସ୍ତଙ୍କୁ ଏହି ଆଦେଶ ମିଳିଛି।
ଏଠାରେ ପତାକା କିଣିବାକୁ ଆସିଥିବା ଗ୍ରାହକ କହିଛନ୍ତି ଯେ ସେ ପତାକାକୁ କଲୋନୀରେ, ମନ୍ଦିରରେ, ପାଣିଟାଙ୍କିରେ ଆଦିରେ ଲଗାଇବେ। ଏହା ସହିତ ତ୍ରିରଙ୍ଗାକୁ ଲୋକଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ତ୍ରିରଙ୍ଗା କିଣୁଥିବା ନୀରବ ପ୍ରଧାନ କହିଛନ୍ତି ଯେ ଆମେ ପ୍ରଥମ ଦିନରେ ୧୦୦୦ ଟଙ୍କା ମୂଲ୍ୟର ପତାକା ଆଣିଛୁ।

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଲାଲ ସିଂ କହିଛନ୍ତି ଯେ ପ୍ରତ୍ୟେକ ଶିକ୍ଷକଙ୍କୁ ୧୦ ଟି ପତାକା ବାଣ୍ଟିବା ଲାଗି କୁହାଯାଇଛି। ଗୋଟିଏ ପତାକା ଘର ଉପରେ ଲଗାଇବାକୁ ପଡିବ ଏବଂ ବାକି ସବୁ ଗରିବ ଲୋକଙ୍କୁ ବଣ୍ଟନ କରିବାକୁ ପଡିବ। ଏଥି ସହିତ ଅଙ୍ଗନୱାଡି କର୍ମୀ ଉର୍ମିଲା କହିଛନ୍ତି ଯେ ଆମକୁ ୪ ଟି ପତାକା ଦିଆଯାଇଛି। ପ୍ରତି ପତାକା ଦାମ ୨୫ ଟଙ୍କା ରହିଛି। ସେଥିମଧ୍ୟରୁ ଗୋଟିଏ ଘରେ, ଦ୍ୱିତୀୟଟି ଅଙ୍ଗନୱାଡିରେ, ତୃତୀୟଟି ପ୍ରଭାତ ଫେରିରେ ଏବଂ ଗୋଟିଏ ପିଲାମାନଙ୍କୁ ଦିଆଯିବ।

Share