ମୁମ୍ବାଇ,୧।୧୦ : ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ଫୋନରେ ହ୍ୟାଲୋ ବଦଳରେ ବନ୍ଦେ ମାତରଂ କହିବେ। ଏନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରୀ କର୍ମଚାରୀ ଉଭୟ ଲାଣ୍ଡଲାଇନ ଏବଂ ମୋବାଇଲରେ ଏଭଳି କହିବାକୁ ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଣ୍ଟିଓ୍ବାର ଏନେଇ ଘୋଷଣା କରିଥିଲେ। ତେବେ ଏହାକୁ ନେଇ କେତେକ ମୁସଲମାନ୍ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ସେମାନେ ଆପତ୍ତି ଉଠାଇ ଏଭଳି କରିବାକୁ ମନା କରିଥିଲେ। ତେବେ ଏବେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶ ଜାରି କରିଥିବାରୁ ପୁଣି କେତେକ ବିରୋଧୀଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।