ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଅବଧି। ୧, ୨, ୩, ୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇ ଦେଇଛନ୍ତି। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ଯାଏ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି। ଏହାସହ ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।