Categories: ଜାତୀୟ

ଦେଶର ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ମୋଦି ସରକାର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଉଥିବା ସେ ଅଭିଯୋଗ କରିଛନ୍ତି।

ଦେଶ ପାଖରେ ଥିବା ବେସରକାରୀ କମ୍ପାନୀ ଓ ଆର୍ଥିକ ପ୍ରତିଷ୍ଠାନର ଅଂଶଧନ ବିକ୍ରୟରୁ ୧.୭୫ ଲକ୍ଷ କୋଟି ଆଗତ କରାଯିବ ବୋଲି ସରକାର ୨୦୨୧-୨୨ ବଜେଟରେ ଦର୍ଶାଇଛନ୍ତି। ଅଂଶଧନ ବିକ୍ରି ହେଉଥିବା ବେସରକାରୀ ପ୍ରତିଷ୍ଠାନ ମଧ୍ୟରେ ଦୁଇଟି ପିଏସ୍‌ୟୁ ବ୍ୟାଙ୍କ୍‌ ଓ ବୀମା କମ୍ପାନୀ ରହିଛି। ଲୋକଙ୍କ ହାତକୁ ଟଙ୍କା ଛାଡ଼ିବା ବଦଳରେ ମୋଦି ସରକାର ଦେଶର ସମ୍ପତ୍ତିକୁ ପୁଞ୍ଜିବାଦୀ ବନ୍ଧୁଙ୍କୁ ସମର୍ପି ଦେଉଛନ୍ତି ବୋଲି ବଜେଟ୍‌ ଉପସ୍ଥାପନ ପରେ ରାହୁଲ କହିଛନ୍ତି।

Share