Categories: ଜାତୀୟ

ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରୁଥିବା ୩୪୮ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ,୪ା୮: ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ତାହାକୁ ଅନ୍ୟତ୍ର ପଠାଉଥିବା ୩୪୮ ଆପ୍ଲିକେଶନକୁ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ଏହାକୁ ଏବେ ବ୍ୟାନ୍‌ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରେ ଅନେକ ଚାଇନା ନିର୍ମିତ ଆପ୍‌ ରହିଥିବା ଜଣାପଡ଼ିଛି। ସରକାରଙ୍କ ଅନୁରୋଧ କ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି ଆପ୍ଲିକେଶନକୁ ବ୍ୟାନ କରିଛନ୍ତି। ଏଭଳି ତଥ୍ୟର ପ୍ରସାରଣ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ପ୍ରତିରକ୍ଷା ଏବଂ ରାଜ୍ୟର ସୁରକ୍ଷାକୁ ଉଲ୍ଲଂଘନ କରିଥାଏ। ଏହି ଆପ୍‌ଗୁଡିକ ବିଭିନ୍ନ ଦେଶ ଦ୍ୱାରା ବିକଶିତ କରାଯାଇଛି ବୋଲି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

Share