Categories: ଜାତୀୟ

କାହାର ସଦସ୍ୟତା ରଦ୍ଦ କରିବାକୁ ଅଧିକାର ସରକାରଙ୍କର ନାହିଁ: ଅଠଓ୍ବାଲେ

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଅଛନ୍ତି ରାଜ୍ୟ ସଭା ଏମ୍‌ପି ରାଘବ ଚଢା। ପାର୍ଲାମେଣ୍ଟର ଚାରିଜଣ ଏମ୍‌ପି ରାଘବ ଚଢାଙ୍କୁ ନିୟମ ଉଲ୍ଲଂଘନ କରିଥିବା ଏବଂ ବିନା ଅନୁମତିରେ ଚୟନ କମିଟି ଗଠନ ପାଇଁ ସେମାନଙ୍କ ନାମ ପ୍ରସ୍ତାବ ଦେଇଥିବା ଅଭିଯୋଗ କରିଛନ୍ତି। ଏହା ଉପରେ ଏଏପି ଏମ୍‌ପି ରାଘବ ଚଢା କହିଛନ୍ତି ଯେ, ଭାଜପା ତାଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରୁଛି।
ଏନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କହିଛନ୍ତି ଯେ, କାହାର ସଦସ୍ୟତା ସମାପ୍ତ କରିବାକୁ ସରକାରଙ୍କର ସମ୍ପୂର୍ଣ୍ଣ ଅଧିକାର ନାହିଁ। ଏହି ଅଧିକାର ସଂସଦର ସଚିବଙ୍କର ଅଟେ। ଯେଉଁମାନେ ନିୟମ ବିରୋଧୀ କାର୍ଯ୍ୟ କରନ୍ତି ସେମାନଙ୍କ ସଦସ୍ୟତାକୁ ରଦ୍ଦ କରିବାର ଅଧିକାର ସଂସଦ ସଚିବଙ୍କର ଅଛି। ଆଜି ପର୍ଯ୍ୟନ୍ତ ଅନେକ ଏମ୍‌ପି ଅଯୋଗ୍ୟ ହୋଇଥିଲେ କିନ୍ତୁ ପରେ କୋର୍ଟରୁ ମଞ୍ଜୁର ପାଇବା ପରେ ସେମାନେ ସଂସଦକୁ ଆସିଛନ୍ତି। ତେଣୁ ସରକାରଙ୍କ ଉଦ୍ଦେଶ୍ୟ ଆଦୌସେପରି ନୁହେଁ। ରାଘଙ୍କେ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଯେଉଁମାନେ ଭୁଲ କାମ କରନ୍ତି କିମ୍ବା ସର୍ବଦା ହଟ୍ଟଗୋଳ ସୃଷ୍ଟି କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରହିଛି। ତୁମେ ତୁମର ଆଚରଣକୁ ସଂଶୋଧନ କରିବା ଉଚିତ୍‌।
ଏହି ପ୍ରସଙ୍ଗରେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ୪ ଏମ୍‌ପିଙ୍କ ଅଭିଯୋଗକୁ ଅନୁସନ୍ଧାନ ପାଇଁ ଅଧିକାର କମିଟି ନିକଟକୁ ପଠାଇଛନ୍ତି।

Share