ଚାଇନାକୁ ଝଟକା: ଲାପଟପ, କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ବେଜିଂ,୩।୮: ସରକାର ତୁରନ୍ତ ପ୍ରଭାବ ପକାଇ ଲାପଟପ, ଟାବଲେଟ୍‌ ଏବଂ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବୈଧ ଲାଇସେନ୍ସ ଆଧାରରେ ଏହି ଜିନିଷଗୁଡିକର ସୀମିତ ଆମଦାନୀ ଅନୁମତି ଦିଆଯିବ। ଏଚ୍‌ଏସ୍‌ଏନ୍‌ ୮୭୪୧ର ଅନ୍ତର୍ଗତ ଆସିବାକୁ ଥିବା ଅଲଟ୍ରା ସ୍ମଲ୍‌ ଫର୍ମ ଫ୍ୟାକ୍ଟର କମ୍ପ୍ୟୁଟର ଏବଂ ସର୍ଭରର ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏକ ସର୍ତ୍ତ ଅନୁଯାୟୀ ଆମଦାନୀକୁ ଅନୁମତି ଦିଆଯିବ କି ଆମଦାନୀ ସାମଗ୍ରୀର ବ୍ୟବହାର କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯିବ ନୁହେଁ କି ବିକ୍ରୟ ହେବ। ଏହା ବ୍ୟତିତ ସର୍ତ୍ତରେ ଆଉ ମଧ୍ୟ କୁହାଯାଇଛି କି, ବ୍ୟବହାର ପରେ ଉତ୍ପାଦଗୁଡିକ ନଷ୍ଟ କରିଦିଆଯିବ କିମ୍ବା ପୁନଃ ରପ୍ତାନୀ ହେବ।

ଏଠାରେ ଧ୍ୟାନ ଦେବା କଥା ହେଉଛି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ସମୟରେ ମେକ ଇନ ଇଣ୍ଡିଆ ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଛି। ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି ସଂସ୍ଥା ନିର୍ମାତା ଆସୋସିଏଶନ ଅଫ ଇନଫରମେଶନ ଟେକ୍ନୋଲୋଜିର ପୂର୍ବତନ ମହାନିର୍ଦ୍ଦେଶକ ଅଲି ଅଖତର ଜାଫ୍ରି କହିଛନ୍ତି ଯେ, ଏହି ପଦକ୍ଷେପ ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଏକ ସକରାତ୍ମକ ନିଷ୍ପତ୍ତି। ଆମେ ଏହାକୁ ସ୍ବାଗତ କରୁଛୁ।

Share