NEET ପରୀକ୍ଷାକୁ ନେଇ ଆକ୍ସନ ମୋଡ୍‌ରେ ସରକାର, ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୩।୬: ନିଟ୍‌ ପେପର ଲିକ୍‌କୁ ନେଇ କେନ୍ଦ୍ର ସରକାର ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରବେଶ ପରୀକ୍ଷାରେ ହୋଇଥିବା ଅନିୟମିତତା ପାଇଁ ସରକାର ସିବିଆଇକୁ ଯାଞ୍ଚ ଭାର ଦେଇଛନ୍ତି । ଏହା ପୂର୍ବରୁ ଏହି ମାମଲାକୁ ନେଇ ବିଭିନ୍ନ ଆକ୍ସନ ନେଇଥିଲେ ସରକାର । ଯେଉଁଥିରେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହ ହଟାଇ ଦିଆଯାଇଛି । ଏଥିସହିତ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରିବା ଆଦି ସାମିଲ୍‌ ରହିଛି ।

ଅନ୍ୟପଟେ ନିଟ୍‌-ପିଜି ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି । ଏହି ପରୀକ୍ଷା ଆଜି ହେବାର ଥିଲା । କିନ୍ତୁ ଗତକାଲି ଏହାକୁ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଖୁବ୍‌ ଶୀଘ୍ର ଏହି ପରୀକ୍ଷା ପାଇଁ ଅନ୍ୟ ଏକ ତାରିଖ ଘୋଷଣା କରିବ ବୋଲି ଜଣାପଡ଼ିଛି ।

Share