ରାଜ୍ୟ କର୍ମଚାରୀଙ୍କ ଡିଏ ବଢ଼ାଇଲେ ସରକାର

ଭୁବନେଶ୍ୱର,୧୪ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରିଛନ୍ତି।

ପୂର୍ବରୁ ଡିଏ ୪୬ ପ୍ରତିଶତ ଥିବା ବେଳେ ୪ ପ୍ରତିଶତ ବୃଦ୍ଧି ହୋଇ ୫୦ ପ୍ରତିଶତରେ ପହଞ୍ଚିଛି। ଫଳରେ ଏହାଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀମାନେ ଉପକୃତ ହେବେ। ପିଛିଲା ଭାବେ ଜାନୁଆରୀ ପହିଲା ୨୦୨୪ରୁ ଏହା ଲାଗୁ ହେବ। ଏହାଦ୍ୱାରା ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।

Share