Categories: ଜାତୀୟ

ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…

କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା ଦ୍ୱାରା ବହୁ ଅନିୟମିତତା ଉପରେ ଅଙ୍କୁଶ ଲାଗିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାଦ୍ୱାରା ବେଆଇନ ଭାବେ ହେଉଥିବା ସରୋଗେସି ମାମଲା ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କୌଣସି ଶାରୀରିକ ସମସ୍ୟା ଥିବା କ୍ଷେତ୍ରର ସରୋଗେସିର ସାହାର ନେଇ ହେବ। ତେବେ ଏନେଇ ଜିଲାସ୍ତରୀୟ ସରୋଗେସି ମେଡ଼ିକାଲ ବୋର୍ଡରୁ ପ୍ରମାଣ ନେବାକୁ ପଡ଼ିବ।

ଚୂଡ଼ାନ୍ତ ସ୍ବୀକୃତି ରାଜ୍ୟସ୍ତରୀୟ ସରୋଗେସି ପଦାଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବ। ଏଣ୍ଡୋମେଟ୍ରିଆଲ ସମସ୍ୟା ଥିବା ମହିଳା, ସହାୟକ ପ୍ରଜନନ ଜ୍ଞାନକୌଶଳ ଦ୍ୱାରା ଗର୍ଭଧାରଣ ସମ୍ଭବ ନହେଲେ ଅବା କୌଣସି ରୋଗ ଯୋଗୁ ଗର୍ଭଧାରଣରେ ଅସୁବିଧା ତଥା ବାରମ୍ବାର ଗର୍ଭପାତ କ୍ଷେତ୍ରରେ ସମ୍ପୃକ୍ତ ମହିଳା ସରୋଗେସିର ସହାୟତା ନେଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share