Posted inଜାତୀୟ

ସ୍ଥାୟୀ କମିଶନ ହେବେ ମହିଳା

ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍‌ଏସ୍‌ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶନାମା ଫଳରେ ସୈନ୍ୟବାହିନୀରେ ମହିଳା ଅଧିକାରୀମାନଙ୍କୁ ବଡ଼ ଭୂମିକା ମିଳିବ ଓ ଅବସର ନେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିପାରିବେ ବୋଲି ସେନା ମୁଖପାତ୍ର କଲୋନେଲ ଅମନ ଆନନ୍ଦ କହିଛନ୍ତି।
ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ସେନାର ସମସ୍ତ ୧୦ଟି ବିଭାଗରେ ଏସ୍‌ଏସ୍‌ସିରେ ଥିବା ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମିଳିବ। ସେହି ବିଭାଗଗୁଡ଼ିକ ହେଲା ଆର୍ମି ଏୟାର ଡିଫେନ୍ସ, ସିଗ୍‌ନାଲ୍ସ, ଇଞ୍ଜିନିୟର୍ସ, ଆର୍ମି ଆଭିଏଶନ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିୟର୍ସ, ଆର୍ମି ସର୍ଭିସ କର୍ପସ ଏବଂ ଇଣ୍ଟେଲିଜେନ୍ସ କର୍ପସ। ସମ୍ପ୍ରତି ମହିଳା ଅଫିସରକୁ କେବଳ ଦୁଇଟି ବିଭାଗ ଜଜ୍‌ ଆଡଭୋକେଟ ଜେନେରାଲ (ଜେଏଜି) ଏବଂ ଶିକ୍ଷାରେ ସ୍ଥାୟୀ କମିଶନ ମିଳିଛି। ଏସ୍‌ଏସ୍‌ସି ମହିଳା ଅଫିସରମାନେ ସେମାନଙ୍କର ଆବଶ୍ୟକ ଦସ୍ତାବିଜ୍‌ କାମ ଶେଷ କରିବା ପରେ ଚୟନ ବୋର୍ଡ ବସି ସେମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବେ ବୋଲି ସେନା ମୁଖପାତ୍ର କହିଛନ୍ତି।
ଏସ୍‌ଏସ୍‌ସିରେ ମହିଳା ଅଫିସରମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ବର୍ଷ ପାଇଁ ନିଆଯାଉଥିବାବେଳେ ଏହାକୁ ୧୪ ବର୍ଷ ପର୍ଯ୍ୟନ୍ତ ବଢ଼ାଯିବାର ବ୍ୟବସ୍ଥା ରହିଥିଲା। ତେବେ ସ୍ଥାୟୀ କମିଶନରେ ସେମାନେ ଅବସର ନେବା ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସିଗ୍‌ନାଲ୍ସ, ଇଞ୍ଜିନିୟୟରିଂ, ଆର୍ମି ଆଭିଏଶନ, ଆର୍ମି ଏୟାର ଡିଫେନ୍ସ ଏବଂ ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲରେ ମହିଳାମାନଙ୍କୁ ସ୍ଥାୟୀ କମିଶନ କରାଇବା ପାଇଁ ଗତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ନୀତିଗତ ନିଷ୍ପତ୍ତି ନେଇଥିଲା। ଖାଲି ସ୍ଥାନ ଏବଂ ମହିଳା ଅଫିସରମାନଙ୍କ ଆଗ୍ରହ, ଉପଯୁକ୍ତତା, ପ୍ରଦର୍ଶନ, ମେଡିକାଲ୍‌ ଫିଟ୍‌ନେସ୍‌ ଏବଂ ପ୍ରତିଯୋଗିତାମୂଳକ ମେଧା ଆଧାରରେ ସ୍ଥାୟୀ କମିଶନ ଦେବା ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ ତିନି ବାହିନୀ ମହିଳାମାନଙ୍କୁ ମେଡିକାଲ, ଶିକ୍ଷା, ଆଇନ, ସିଗ୍‌ନାଲ୍ସ, ଲଜିଷ୍ଟିକ୍‌ ଏବଂ ଇଞ୍ଜିନିୟରିଂରେ ସ୍ଥାୟୀ ନିଯୁକ୍ତିକୁ ଅନୁମତି ଦେଇଥିଲା। ବାୟୁସେନାରେ ଉଡ଼ାଣ ବିଭାଗକୁ ବାଦ୍‌ ଦେଇ ଅନ୍ୟ ସବୁ ବିଭାଗରେ ମହିଳା ଅଫିସର ସ୍ଥାୟୀ କମିଶନ ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା ଥିଲା। ସେହିପରି ନୌସେନା ଲଜିଷ୍ଟିକ୍ସ, ନାଭାଲ ଡିଜାଇନିଂ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ, ଇଞ୍ଜିନିୟରିଂ ଓ ଆଇନ ବିଭାଗରେ ମହିଳାଙ୍କ ସ୍ଥାୟୀ କମିଶନକୁ ଅନୁମତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୃଦ୍ଧ ଓଡ଼ିଶାକୁ ସାକାର କରିବ ଆୟୁଷ୍ମାନ ଭାରତ

”ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି...

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image