ଅହମଦାବାଦ,୨୩।୧୨: ଗୁଜରାଟ ସରକାର ଆସନ୍ତା ଶିକ୍ଷାବର୍ଷରୁ ଭାଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଯାଉଛନ୍ତି। ଏପରିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ ହୋଇଛି।
ଛାତ୍ରୀଛାତ୍ରଙ୍କୁ ଭାରତର ସମୃଦ୍ଧ, ବିବିଧତା ଏବଂ ପୁରାତନ ସଂସ୍କୃତି ଓ ଜ୍ଞାନବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଭାଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରଫୁଲ ପନ୍ଶେରିୟା କହିଛନ୍ତି।