ନୂଆଦିଲ୍ଲୀ,୨୪।୮: ସାତ ବର୍ଷରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଭାରତ ସରକାର। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଚିନି ଋତୁରେ ଏହି ନିଷ୍ପତ୍ତି ନିଆଯାଇପାରେ। ଚଳିତ ବର୍ଷ କମ ବର୍ଷା ହେତୁ ଆଖୁ ଫସଲ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ରପ୍ତାନି ଉପରେ ରୋକ୍ ଲଗାଇବା ସହ ଦେଶରେ ଚିନି ଦର ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି। ୨୦୧୬ରେ ଭାରତ ସରକାର ଚିନି ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରିଥିଲେ।
ବିଶ୍ୱ ବଜାରରେ ଭାରତର ଚିନି ଉପଲବ୍ଧ ନହେଲେ ଏହାର ମୂଲ୍ୟ ନ୍ୟୁୟର୍କ ଓ ଲଣ୍ଡନରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।