Categories: ଜାତୀୟ

ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍‌ ଟିକା କାହାକୁ ଦିଆଯିବ ଅବା ନାହିଁ ସେ ନେଇ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଉଥିଲା। ଏପରିକି ଭାରତର ପ୍ରତିଟି ନାଗରିକକୁ ଏହି ଟିକା ଦିଆଯିବ ବୋଲି କୁହାଯାଉଥିଲା। ହେଲେ ଏବେ କରୋନା ଟିକାକରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏବଂ ଆଇସିଏମ୍‌ଆର୍‌ ଡିଜି ରାଜେଶ ଭୂଷଣ କହିଛନ୍ତି, ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନାହିଁ। କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ଆମ ସମସ୍ତଙ୍କର ଲକ୍ଷ୍ୟ। ଏଣୁ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକା ଦିଆଯିବ। ଯଦି ଏଥିରେ ସଫଳ ହେଲୁ ତେବେ ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share