ନୂଆଦିଲ୍ଲୀ,୨୪।୧୧: ପୁଣି ୪୩ ମୋବାଇଲ ଆପ୍ସ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ସାର୍ବଭୌମତ୍ୱ, ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବ୍ୟାନ କରିଛି। ଏବେ ଏହି ଆପ୍ସଗୁଡିକ ଭାରତରେ ବ୍ୟବହାର ହୋଇପାରିବ ନାହିଁ। ପୂର୍ବରୁ ମଧ୍ୟ ସରକାର ୧୭୭ଟି ଚାଇନା ଆପ୍ସ ବ୍ୟାନ୍ କରିଥିଲେ।