Categories: ଜାତୀୟ

ଦୁଇ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି। ଫଳରେ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମେ’ ଓ ଜୁନ୍‌ ମାସ୍‌ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ ଗରିବ ଲୋକମାନଙ୍କୁ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯିବ। ପ୍ରାୟ ୮୦ କୋଟି ହିତାଧିକାରୀ ଏହାଦ୍ୱାରା ଲାଭବାନ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

Share